ନାମାଙ୍କନ ଭରିଲେ ଦୀପାଳି ଦାସ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାରେ ମନମୋହନ ସ୍କୁଲ ପଡ଼ିଆରୁ ବାହାରି ଝଣ୍ଡାଛକ, ମଙ୍ଗଳବଜାର ଛକ, ରେଳ ଷ୍ଟେସନ, କନକ ଦୁର୍ଗା ମନ୍ଦିର, ପୁରୁଣା ବସ୍ତି ଛକ, ବସଷ୍ଟାଣ୍ଡ ଛକ, ବେହେରାମାଲ ଓ କିସାନ ଛକ ଦେଇ ଦୀପାଳି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ପ୍ରତାପ ଜେନା, ସାରଦା ନାୟକ, ଦେବୀ ମିଶ୍ର, ଅଳକା ମହାନ୍ତି, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ନିରଞ୍ଜନ ବିଶି, ପ୍ରସନ୍ନ ଆଚାର୍ଯ୍ୟ ଓ ରିତା ସାହୁ ଭଳି ନେତା ଉପସ୍ଥିତ ଥିଲେ । ଏଥିରେ ଲଇକେରା, କୋଲାବିରା, କିର୍ମିରା ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ଝାରସୁଗୁଡ଼ା ସହରାଞ୍ଚଳ, ବେଲପାହାଡ଼, ବ୍ରଜରାଜନଗର ସମେତ ଲଖନପୁର ଅଞ୍ଚଳରୁ ୧୨ ହଜାରରୁ ଊର୍‌ଦ୍ଧ୍ୱ ବିଜେଡି କର୍ମୀ ଯୋଗ ଦେଇଥିଲେ ।

ଏତେ ମାତ୍ରାରେ ସମର୍ଥକଙ୍କୁ ଦେଖି ମୋତେ ବାପା ମନେ ପଡ଼ୁଛନ୍ତି ବୋଲି ଦୀପାଳି କହିଛନ୍ତି । କେତେ ମାର୍ଜିନରେ ଜିତିବି କହିବିନି କିନ୍ତୁ ନିଶ୍ଚୟ ଜିତିବି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯେଭଳି ବାପା ଚାଲୁଥିଲେ ସେହିଭଳି ଆମେ ମଧ୍ୟ ଚାଲିବୁ ବୋଲି ଦୀପାଳି ପ୍ରକାଶ କରିଛନ୍ତି । ସେହିପରି ଏହା ବାପା ଓ ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ବୋଲି ବିଶାଳ ଦାଶ କହିଛନ୍ତି । ଏହି ବିଶାଳ ରାଲି ଦେଖି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ଭଲ ପାଇବା ପ୍ରତିଫଳନ ହୋଇଥିବା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ଏଥର ବିଜେଡିର ସୁନିଶ୍ଚିତ ବୋଲିି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।