ଜାମିନରେ ଆସିଲା ଦୀପ ସିଦ୍ଧୁ, ଲାଲକିଲ୍ଲା ହିଂସା ଘଟଣାରେ ହୋଇଥିଲା ଗିରଫ

ନୂଆଦିଲ୍ଲୀ,ଏଜେନ୍ସି: ଲାଲକିଲ୍ଲା ହିଂସା ଘଟଣାରେ ଗିରଫ ଦୀପ ସିଦ୍ଧୁକୁ ଜାମିନ ମିଳିଛି। ଆଜି(ସୋମବାର) ଦୀପ ସିଦ୍ଧୁକୁ ଜାମିନ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଗତ ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନ କରିବା ସହ ହିଂସା ପାଇଁ ଉସକାଇବା ଘଟଣାରେ ଗିରଫ ହୋଇଥିଲା ସିଦ୍ଧୁ।

ତିସ ହଜାରୀ କୋର୍ଟ କହିଛନ୍ତି ଦୀପ ସିଦ୍ଧୁ ଗିରଫ ମାମଲାରେ ତାର ଜାମିନକୁ ନିଷ୍କ୍ରିୟ କରାଯିବାକୁ ଚେଷ୍ଟା କରାଯାଇଥିଲା। ଏପ୍ରିଲ ୨୪ ତାରିଖରେ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ ଗଜେନ୍ଦ୍ର ନାଗର ଏହି ରାୟ ସଂରକ୍ଷଣ କରିଥିଲେ। ଦୀପ ସିନ୍ଧୁ ପକ୍ଷରୁ ତାଙ୍କ ଓକିଲ ଅଭିଷେକ ଗୁପ୍ତା କହିଛନ୍ତି ଏଫଆଇଆରର କୌଣସି ବିଭାଗରେ ଆଜୀବନ ଦଣ୍ଡ କିମ୍ବା ଫାଶୀ ଦିଆଯିବାର ବ୍ୟବସ୍ଥା ନାହିଁ। ଧାରା ୨୭ ସେତେବେଳ ପ୍ରୟୋଗ କରାଯାଏ ଯେତେବେଳେ କାହାର ମୃତ୍ୟୁ ହୁଏ। କିନ୍ତୁ ଏହି ଘଟଣାରେ ଏପରି କିଛି ବି ହୋଇନାହିଁ ବୋଲି କହିଛନ୍ତି ସିଦ୍ଧୁଙ୍କ ଓକିଲ।

ଯଦି ପ୍ରଥମ ମାମଲାରେ ଜାମିନ ମିଳୁଛି ତେବେ ଏହି ମାମଲାରେ ବି ମିଳିବା ଉଚିତ। ଦୀପ ସିନ୍ଧୁଙ୍କୁ ଗିରଫ କରିବା ବେଆଇନ। ଶୁକ୍ରବାର ସିଦ୍ଧୁର ଜାମିନ ଆବେଦନ ଉପରେ କୋର୍ଟ ଦିଲ୍ଲୀ ପୁଲିସକୁ ଅଧିକ ଗୋଟିଏ ଦିନ ସମୟ ଦେଇଥିଲେ। ଏହା ପରେ ଆଜି ସିଦ୍ଧୁକୁ ଜାମିନ ମିଳିଛି। ଗତ ଏପ୍ରିଲ ୧୯ରେ ଦୀପ ସିଦ୍ଧୁକୁ ପୁଲିସ ହେପାଜତକୁ ପଠାଯିବା ଦାବିକୁ କୋର୍ଟ ଅଗ୍ରାହ୍ୟ କରି ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।