ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥକାଠ

ପୁରୀ,ଏନ୍ଏନ୍ଏସ୍: ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ। ନୟାଗଡ ବନଖଣ୍ଡରୁ ରଥକାଠ ବୋଝେଇ ଟ୍ରକ ଆସି ପୁରୀରେ ପହଞ୍ଚିଛି। ଏଥିରେ ୧୭ ଖଣ୍ଡ ଅସନ ଓ ଧଉରା କାଠ ରହିଛି। ଚଳିତ ବର୍ଷ ରଥଯାତ୍ରାକୁ ନେଇ ପ୍ରଶାସନ ପ୍ରସ୍ତୁତ ରହିଛି।

ଚଳିତ ରଥଯାତ୍ରା ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି। ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡର ଆବଶ୍ୟକ ରହିଛି। ତେବେ ୭୯୬ ଖଣ୍ଡ କାଠରୁ ଆଜି ସୁଦ୍ଧା ୭୯ ଖଣ୍ଡ କାଠ ପୁରୀରେ ପହଞ୍ଚିଛି। ବଳକା ୭୧୭ ଖଣ୍ଡ କାଠ ପର୍ଯ୍ୟାୟକ୍ରମେ ଆସି ପହଞ୍ଚିବ। ଚଳିତ ବର୍ଷ କୋଭିଡ କଟକଣାରେ ରଥ ନିର୍ମାଣ ଭିତ୍ତିରେ ରଥ ନିର୍ମାଣ କାର୍ଯ୍ୟ ହେବ। ରଥ ନିର୍ମାଣରେ ସମ୍ପୃକ୍ତ ସମସ୍ତ ସେବକଙ୍କ କୋଭିଡ ଟିକାକରଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି। ରଥ ନିର୍ମାଣରେ ସମ୍ପୃକ୍ତ ସେବକଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାସ୍କ, ସାନିଟାଇଜର ଯୋଗାଇ ଦିଆଯିବ।