ଭାରତ-ଇଂଲଣ୍ଡ ସମିଫାଇନାଲ ମ୍ୟାଚରେ ଟିମ୍‌କୁ ଫେରିବେ କାର୍ତ୍ତିକ, ରୋହିତ ଦେଲେ ଇସାରା

ନୂଆଦିଲ୍ଲୀ,ଏଜେନ୍ସି: ଆଇସିସି ଟି-୨୦ ବିଶ୍ୱକପରେ ଆସନ୍ତା କାଲି ୨ୟ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମ୍ୟାଚ ହେବାକୁ ଯାଉଥିବା ବେଳେ ଟିମ୍‌ରେ ଦୀନେଶ କାର୍ତ୍ତିକ ଏବଂ ଋଷଭ ପନ୍ଥଙ୍କ ଚୟନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହି ମ୍ୟାଚ ଏଡିଲେଡ୍‌ରେ ଖେଳାଯିବାକୁ ଥିବା ବେଳେ ରୋହିତ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହି ଟି-୨୦ ବିଶ୍ୱକପର ସେମିଫାଇନାଲରେ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଗତ ସୁପର ୧୨ର ଜିମ୍ବାୱେ ବିପକ୍ଷ ମ୍ୟାଚରେ ଋଷଭ ପନ୍ଥଙ୍କୁ ସୁଯୋଗ ମିଳିଥିଲା ବେଳେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ସେ ମାତ୍ର ୨ ରନ କରି ପାଭିଲିୟନ ଫେରିଥିଲେ। ତେଣୁ ପନ୍ଥଙ୍କ ଉପରେ ରୋହିତ ଭରସା କରି ନ ପାରନ୍ତି। ଏତିକି ବେଳେ ସେମିଫାଇନାଲ ମ୍ୟାଚ ପୂର୍ବରୁ ଏଡିଲେଡ୍‌ ଷ୍ଟାଡିୟମରେ ରୋହିତ,ପାଣ୍ଡ୍ୟା ଏବଂ କାର୍ତ୍ତିକଙ୍କୁ ଅଭ୍ୟାସ କରିବାର ଦେଖିବାକୁ ମିଳିଛି। ଏଥିରୁ ଜଣା ପଡ଼ୁଛି ଯେ କାର୍ତ୍ତିକଙ୍କୁ ଏହି ମ୍ୟାଚରେ ସୁଯୋଗ ମିଳିବାର ସମ୍ଭାବନା ଦେଖା ଯାଉଛି ।

ଭାରତୀୟ କିକେଟ ଟିମର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ସେମି ଫାଇନାଲରେରେ ଋଷଭ ପନ୍ଥଙ୍କୁ ସୁଯୋଗ ଦେବା ପାଇଁ ଯୁକ୍ତି ବାଢ଼ିଛନ୍ତି। ଶାସ୍ତ୍ରୀ କହିଛନ୍ତି,ଋଷଭ ପନ୍ଥ କୁ ସେମିଫାଇନାଲରେ ସୁଯୋଗ ମିଳିବା ଦରକାର। କାରଣ ଋିଷଭ ପନ୍ଥ ହେଉଛନ୍ତ ଜଣେ ଏକ୍ସ ଫ୍ୟାକ୍ଟର,ଦିନେଶ କାର୍ତ୍ତିକ ମଧ୍ୟ ହେଉଛନ୍ତି ଜଣେ ଭଲ ପ୍ଲେୟର। ଏସବୁ ପରେ ବି ଇଂଲଣ୍ଡର ଶାଣିତ ବୋଲିଂର ପ୍ରତିରୋଧ କରିବାରେ ଋଷଭ ପନ୍ଥ ଏକ ବଡ଼ ବିକଳ୍ପ ହେବେ । ସେ ଆହୁରି ମଧ୍ୟ କହିଛନ୍ତି ଋଷଭ ପନ୍ଥଙ୍କୁ ସୁଯୋଗ ମିଳିବା ଦ୍ୱାରା ଟିମ୍‌ ପାଇଁ ବାମହାତୀ ବ୍ୟାଟରର ଅଭାବ ଦୂର ହେଇଯିବ ।