ଜଳ ସମ୍ପଦ ବିଭାଗ ହେବ ଅଧିକ କାର୍ଯ୍ୟକ୍ଷମ, ୨୫୭ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ନୂଆ କନିଷ୍ଠ ଯନ୍ତ୍ରୀ ନିଯୁକ୍ତ । ରାଜ୍ୟ ଜଳ ସମ୍ପଦ ବିଭାଗରେ ୨୫୭ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ୨୫୭ ଜଣଙ୍କ ମଧ୍ୟରେ ୮୭ ଜଣ ମହିଳା କନିଷ୍ଠ ଯନ୍ତ୍ରୀ ଅଛନ୍ତି । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇବା, ବନ୍ୟା ପରିଚାଳନା ସହ ଲୋକଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ମଧ୍ୟ ବିଭାଗ ଦାୟୀ ରହିବ । ରାଜ୍ୟରେ ଅଢ଼େଇ ହଜାରରୁ ଅଧିକ ଡ୍ୟାମ୍‌ ରହିଛ । ସେଥିମଧ୍ୟରୁ ଲୋୟର ସୁକ୍‌ତେଲ, କାନପୁର ଏବଂ ଘଟକେଶ୍ୱର ଭଳି ମୁଖ୍ୟ ଡ୍ୟାମର ବିକାଶ କାର୍ଯ୍ୟ ଚାଲିଛି ।