ଦେଶୀ ମଦ ଭାଟି ଟେଣ୍ଡର ବାତିଲ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଶ୍ରୀପୁରା ଗ୍ରାମରେ ଦେଶୀ ମଦଭାଟି ପାଇଁ ଆବେଦନ କରାଯାଇଥିବା ଟେଣ୍ଡରକୁ ବାତିଲ କରିବା ପାଇଁ ଗ୍ରାମର ମହିଳାମାନେ ଦାବି କରିଛନ୍ତି। ଆଜି ଏନେଇ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମହିଲାମାନେ କହିଛନ୍ତି ଶ୍ରୀପୁରା ଗ୍ରାମର ମହିଳାମାନେ ୨୦୧୭ ମସିହାରେ ଦୀର୍ଘ ୮ ମାସ ଗ୍ରାମରେ ଥିବା ଦେଶୀ ମଦ ଭାଟି ସମ୍ମୁଖରେ ଆନ୍ଦୋଳନ କରିବା ପରେ ୨୦୧୮ରେ ତତ୍କାଳୀନ ଜିିଲ୍ଲାପାଳ ମଦଭାଟି ବନ୍ଦ କରାଇଥିଲେ। ଏହି ଭାଟି ଟି ୨ ବର୍ଷ ବନ୍ଦ ରହିବାପରେ ପୁଣି ପ୍ରଶାସନ ଓ ଅବକାରୀ ପକ୍ଷରୁ ଟଣ୍ଡର ଆହ୍ୱାନ କରାଯାଇଛିି। ମଦ ଭାଟି ପୁଣି ଖୋଲିଲେ ଗ୍ରାମର ସ୍ୱଚ୍ଛ ଓ ନିର୍ମଳ ପରିବେଶ ଉପରେ କୁପ୍ରଭାବ ପଡିବ। ଲୋକେ ମଦ୍ୟପାନ କରିବାସହ ଗ୍ରାମରେ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ତେଣୁ ଶ୍ରୀପୁରା ଗ୍ରାମରେ ଦେଶୀ ମଦଭାଟି ପାଇଁ ଦିଆଯାଇଥିବା ଟେଣ୍ଡରର ଆହ୍ୱାନକୁ ବାତିଲ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏହି ଅବସରରେ ମିନତୀ ପାତ୍ର, ରତ୍ନାକର ପ୍ରଧାନ, ଅଜିତ ରଥ, ନଳନୀ ପଷାୟତ, ଲତା ଭୁଏ, ମନ୍ଦାକିିନିି ନାୟକ, କଲ୍ୟାଣୀ କାଲୋ, ଶୈଳବାଳା ପାତ୍ର, ଶାନ୍ତିିଲତା ନେଟି ପ୍ରମୁଖଙ୍କସହ ଗ୍ରାମର ମହିଳା ସଙ୍ଗଠନ ଓ ଏସଏଚଜି ଗ୍ରୁପର ମହିଳାମାନେ ଉପସ୍ଥିତ ଥିଲେ।