ହକି ଇଣ୍ଡିଆର ସଭାପତି ହେଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରତିଦ୍ୱନ୍ଦ୍ୱିତାରେ ଥିବା ଅନ୍ୟ ୨ଜଣ ନାମାଙ୍କନ ପ୍ରତ୍ୟାହାର କରିବାରୁ ଦିଲ୍ଲୀପ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତି ଯାଇଛନ୍ତି । ଖାସ୍ କଥାଟି ହେଲା, ଦିଲ୍ଲୀପ ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆର ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି ।