ଡିଜିଟାଲ ମିଡିଆ ସଂଘର ସପ୍ତମ ବାର୍ଷିକ ଉତ୍ସବ ପାଳିତ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ମାଁ ତାରିଣୀ ମନ୍ଦିର ସେବା ଶ୍ରମ ପରିସରରେ ଡିଜିଟାଲ ମିଡିଆ ସଂଘ,ଏସୟୁଜେ କର୍ଲାମୁଣ୍ଡା ବ୍ଲକ ଶାଖାର ସପ୍ତମ ବାର୍ଷିକ ଉତ୍ସବ ବ୍ଲକ ସଭାପତି ସୁଶାନ୍ତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୁଚରିତା ମୁଗ୍ରି, ତହସିଲଦାର ମିଲନ ଝାଙ୍କର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ସମାଜ ସେବୀ ନୀଳ ମାଧବ ସିଂହ ଦେଓ, କର୍ଲାମୁଣ୍ଡା ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ନିର୍ବାଚନ ମଣ୍ଡଳୀ ଡିଜିଟାଲ ମିଡିଆ ସଭାପତି ଡୋଲାମଣି ସାହୁ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ମହମ୍ମଦ ଅଲି, ସାମ୍ବାଦିକ ସଂଘ ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ତୁଲମଣି ନାଗ, ବିବେକ ସେନା ପ୍ରତିଷ୍ଠାତା ଡା. ଶିବ ରାମ ନାୟକ, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, ଯୁବ ସାମ୍ବାଦିକା ସ୍ନିଗ୍ଧାରାଣୀ ସିଂ, ବିବେକ ସେନା ଜିଲ୍ଲା ସଂପାଦକ ପ୍ରେମାନନ୍ଦ ପାତ୍ର ଓ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ସାମ୍ବାଦିକମାନେ ନିରପେକ୍ଷ ଓ ସତ୍ୟ ଆଧାରିତ ଖବର ପରିବେଷଣ କରିବାକୁ ଉପସ୍ଥିତ ଅତିଥିବୃନ୍ଦ ଆହ୍ୱାନ ଦେଇଥିଲେ । ବିତର୍କ ମାଧ୍ୟମରେ ହିଁ ସତ୍ୟ ପ୍ରସଙ୍ଗ ଲୋକଲୋଚନକୁ ଆସିଥାଏ ତେଣୁ ପ୍ରସଙ୍ଗଭିତ୍ତିକ ବିତର୍କ ନିହାତି ଜରୁରୀ ଏବଂ ଏଥିପାଇଁ ସାମ୍ବାଦିକମାନେ ଆଗେଇ ଆସିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସାମ୍ବାଦିକ ରୋହିତ କୁମାର ସାହୁ ସଂଯୋଜନା କରିଥିଲେ । ବ୍ଲକ ସମ୍ପାଦକ ମହେନ୍ଦ୍ର ପ୍ରଧାନୀ, ସହସମ୍ପାଦକ ବିମଳ ସାହୁ, ଉପସଭାପତି ରମେଶ ବାରିକ, ମହେନ୍ଦ୍ର ସାହୁ, ଯୁବ ସାମ୍ବାଦିକ ସରୋଜ ସାହୁ, ବାଲକୁମର ସାହୁ, ଭୀଷ୍ମ ସାହୁ, ଲତାରାଣି ସାହୁ, ଉମା ଶଙ୍କର ମିଶ୍ର, ସତ୍ୟ କୁମାର, ପ୍ରଶାନ୍ତ ସାହୁ ଓ ବରିଷ୍ଠ ସାମ୍ବାଦିକ ଉଦ୍ଧବ ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ସାମ୍ବାଦିକ ଉପସ୍ଥିତ ଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।