ବାଙ୍ଗାଲୁରୁ: ବିରୋଧୀ ଦଳଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ବୈଠକ ବାଙ୍ଗାଲୁରୁରେ ଅନୁଷ୍ଠିତ ହେବ । ବୈଠକରେ ସାମିଲ ହେବା ପାଇଁ କଂଗ୍ରେସ ୨୪ ଦଳଙ୍କୁ ନିମନ୍ତ୍ରଣ କରିଛି । ଏଥିରେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ମଧ୍ୟ ସାମିଲ ରହିଛି । ଜୁଲାଇ ୨୮ରେ ସବୁ ଦଳ ବାଙ୍ଗାଲୁରୁରେ ଏକତ୍ରିତ ହେବେ । ପ୍ରଥମ ବୈଠକ ଜୁନ ୨୩ରେ ପାଟଣାରେ ହୋଇଥିଲା ଯେଉଁଥିରେ ୧୫ରୁ ଅଧିକ ଦଳ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ, କଂଗ୍ରେସ ସମସ୍ତ ୨୪ ପାର୍ଟିକୁ ଫୋନ୍ କରି ବୈଠକ ପାଇଁ ନିମନ୍ତ୍ରଣ କରିଛି । ବୈଠକର ଦିନକ ପୂର୍ବରୁ କଂଗ୍ରେସ ବିପକ୍ଷ ଦଳ ପାଇଁ ନୈଶ୍ୟ ଭୋଜନର ମଧ୍ୟ ଆୟୋଜନ କରିଛି । କଂଗ୍ରେସ ଦକ୍ଷିଣ ଭାରତର ଅନେକ ଦଳକୁ ବୈଠକରେ ସାମିଲ ହେବା ପାଇଁ ଡାକିଛି ।