ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ସହରସ୍ଥିତ ଦିବ୍ୟାଙ୍ଗ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିଦ୍ୟାଳୟ ‘ଆଶା କିରଣ’ର ପିଲଙ୍କୁ ଗଦି ବଣ୍ଟାଯାଇଛି । ପୂଜ୍ୟ ସଦଗୁରୁ ଦେବ ଶ୍ରୀ ଶ୍ରୀ ଅର୍ଜୁନ “ଦିବ୍ୟ ଦର୍ଶନ’ ସଂଘର ପ୍ରତିଷ୍ଠାତାଙ୍କ ୯୧ତମ ଜୟନ୍ତୀ ଉପଲକ୍ଷେ ନବରଙ୍ଗପୁର ଦିବ୍ୟ ଦର୍ଶନ ସଂଘ ତରଫରୁ ପିଲାଙ୍କୁ ମିଠା, ବିସ୍କୁଟ ଓ ଗଦି ବଣ୍ଟା ଯାଇଥିଲା । ମାନବ ସେବା ହିଁ ମାଧବ ସେବା ବୋଲି ହୁଦୟଙ୍ଗମ କରୁଥିବା ବହୁ ଦୀକ୍ଷିତ ଭାଇ ଏହି କାର୍ଯ୍ୟକ୍ର୍ରମରେ ଏକତ୍ରିତ ହୋଇଥିଲେ । ଏଥିରେ ସଂଘ ପକ୍ଷରୁ ସଭାପତି ଭଉଣୀ ଟି ଜ୍ୟୋତି ଓ ସମ୍ପାଦକ ଚନ୍ଦ୍ର ଶେଖର ପଟ୍ଟନାୟକ ଯୋଗଦେଇ ପିଲାଙ୍କୁ ଅନେକ ନୈତିକ ଶିକ୍ଷା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତି ବେହେରା, ସୁଜାତା, ଲକ୍ଷ୍ମୀବାଇ, ସୁକନ୍ୟା, ଭୂଲକ୍ଷ୍ମୀ, ନାଗମଣି, ପୁଷ୍ପା ଓ କୋଷାଧ୍ୟକ୍ଷ ଟି ନିରଞ୍ଜନ ଅଚାରି ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୟର ଗୁରୁ ପ୍ରାର୍ଥନା ସହିତ ବିଶ୍ୱ ଶାନ୍ତି ପାଇଁ ପିଲାଙ୍କ ସହିତ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା । ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା, ଇନ୍ଦ୍ରମଣି ମଙ୍ଗରାଜ, ସନ୍ଧ୍ୟାରାଣୀ ବେହେରା , ରଶ୍ମିତା ପ୍ରଧାନ, ରିଙ୍କୁରାଜ୍ ବେହେରା, ପାର୍ବତୀ ଜାନି ଓ ଈଶ୍ୱର ବଞ୍ଜାରା ଏହି କାର୍ଯ୍ୟରେ ସହଯୋଗ କରିଥିବାବେଳେ ଆଶା କିରଣର ସମସ୍ତ ଛାତ୍ର ଅଂଶଗ୍ରହଣ କରିଥିଲେ ।