ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ୍ଙ୍କ ମାଆ ଚନ୍ଦ୍ରକାନ୍ତା ଗୋୟଲଙ୍କ ଆଜି ନିଧନ ହୋଇଛି। ଏ ନେଇ ନିଜେ ରେଳମନ୍ତ୍ରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହାସହ ପିୟୁଷ ଗୋୟଲ ଲେଖିଛନ୍ତି ଯେ, ମୋର ପ୍ରିୟ ମା’, ଯିଏ ସବୁବେଳେ ତାଙ୍କ ଭଲ ପାଇବା ଏବଂ ତାଙ୍କ ସହଯୋଗ ମତେ ଆଗକୁ ଯିବାକୁ ରାସ୍ତା ଦେଖାଇଥାଏ।
ଏପରି ଖବର ଶୁଣି ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।