ଧର୍ମଗଡ଼ ହସ୍ପିଟାଲରେ ଭଙ୍ଗାରୁଜା, ଉତ୍ତେଜନା

  • ଧର୍ମଗଡ଼: ଆଜି ଧର୍ମଗଡ଼ ଉପଖଣ୍ଡ ହସ୍ପିଟାଲରେ ଭଙ୍ଗାରୁଜା ହୋଇଛି। ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲରେ ଉତ୍ତେଜନା କରିଛନ୍ତି। ନର୍ସ, ମେଡିକାଲ କର୍ମଚାରୀଙ୍କୁ ମାରପିଟ କରିବା ସହ ଆସବାବପତ୍ର ଭାଙ୍ଗିଛନ୍ତି। ରକ୍ତହୀନତା ଯୋଗୁଁ ଅସୁସ୍ଥ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି ହେବାର କିଛି ଘଣ୍ଟା ପରେ ରୋଗୀଙ୍କୁ ନେବାକୁ ସମ୍ପର୍କୀୟ ଜିଦ୍ ଧରିଥିଲେ। ରେଜିଷ୍ଟରରେ ଦସ୍ତଖତ କରି ରୋଗୀଙ୍କୁ ନେବାକୁ କର୍ତ୍ତୃପକ୍ଷ କହିବାରୁ ଉତ୍ତେଜନା ହୋଇଥିଲା। ବିନା ଦସ୍ତଖତରେ ନେବାକୁ ଜିଦ୍ ଧରି ସମ୍ପର୍କୀୟ ଜଣଙ୍କ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ। ଏନେଇ ଧର୍ମଗଡ଼ ଥାନାରେ ରୋଗୀଙ୍କ ୨ ଜଣ ସମ୍ପର୍କୀୟଙ୍କୁ ପୁଲିସ ଅଟକ ରଖିଛି।