ଧାମରାରେ ଲାଗିଲା ପଶ୍ଚିମବଙ୍ଗର ୪୩ଟି ବୋଟ୍ ଜିଲ୍ଲାରାଜ୍ୟ By Nitidin On Nov 8, 2019 Share ଭୁବନେଶ୍ୱର: ପଶ୍ଚିମବଙ୍ଗର କଣ୍ଟାଇରୁ ଆସିଥିବା ୫୦ଟି ମତ୍ସ୍ୟଜୀବୀ ବୋଟ ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ବେଳେ ୩୭ଟି ଓଡିଶାରେ ପହଞ୍ଚିଛି। ଭଦ୍ରକ ଜିଲା ଧାମରାରେ ଏହି ବୋଟ୍ ଲାଗିଥିବା ବେଳେ ଆହୁରି ୭ଟି ବୋଟ ସମୁଦ୍ର ମଧ୍ୟରେ ଫସି ରହିଥିବା ଜଣାପଡିଛି। ଗଭୀର ସମୁଦ୍ରରେ ଫସି ରହିଥିବା ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓଡିଶାକୁ ସହାୟତା ମାଗିଛନ୍ତି। ସମସ୍ତ ସାହାଯ୍ୟ ସହଯୋଗ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲବୁଲ’ ଯୋଗୁ ପଶ୍ଚିମବଙ୍ଗର କଣ୍ଟାଇକୁ ମତ୍ସ୍ୟଜୀବୀମାନେ ଫେରିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କୁ ଓଡିଶାର ଧାମରା କୂଳକୁ ଆସିବାକୁ ସତର୍କ କରାଯାଉଛି। Share