ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ବାବା ଧବଳେଶ୍ୱରଙ୍କ ପୀଠ

କଟକ,ଏନ୍ଏନ୍ଏସ୍: ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵର ମନ୍ଦିର ଖୋଲିଛି। ବର୍ତ୍ତମାନ କରୋନା କଟକଣା ମାନି ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କରିପାରିବେ।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରୁ ମନ୍ଦିର ଖୋଲିଥିବାବେଳେ ପ୍ରଥମ ଦିନରେ କୋଭିଡ ନିୟମ ଅନୁସାରେ ପୂଜକଙ୍କ ପରିବାର ଓ ସ୍ଥାନୀୟ ମଞ୍ଚେଶ୍ୱର ପଞ୍ଚାୟତବାସୀ ଦର୍ଶନ କରିସାରିଛନ୍ତି। ଆଜି ସର୍ବସାଧାରଣ ଦର୍ଶନ କରୁଛନ୍ତି। ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ ଫୁଟ ଦୂରତା ରଖି ମନ୍ଦିର ପରିସରରେ ଦର୍ଶନ କରୁଥିବା ଦେଖିବାକୁ ମିଳିଛି।