ଡିଜିପି ଅଭୟଙ୍କ କୋରାପୁଟ ଗସ୍ତ: ନକ୍ସଲ ଦମନ, ଗଞ୍ଜେଇ ଚାଲାଣ ଓ କୋଭିଡ ସ୍ଥିତିର କଲେ ସମୀକ୍ଷା

କୋରାପୁଟ,ଏନ୍ଏନ୍ଏସ୍: ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଜି ପୂର୍ବାହ୍ଣରେ କୋରାପୁଟ ଜିଲ୍ଲା ଗସ୍ତକରି ସୁନାବେଡାରେ ନକ୍ସଲ ଦମନ, ଚୋରା ଗଞ୍ଜେଇ ଚାଲାଣ ଓ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। ପୁଲିସର ନକ୍ସଲ ବିରୋଧୀ ଅଭିଯାନ ଯୋଗୁଁ କୋରାପୁଟ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ହ୍ରାସ ପାଇଥିବା ସେ ସୂଚନା ଦେଇଥିଲେ।

ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ବିରୋଧରେ କୋରାପୁଟ ଜିଲ୍ଲା ପୁଲିସ ସଫଳତା ପାଇଥିବାରୁ ଡିଜିପି ପ୍ରଶଂସା କରିଥିଲେ। ସେହିପରି କରୋନା ମହାମାରୀ ଲଢ଼େଇରେ ଜିଲ୍ଲା ପୁଲିସର ମନୋବଳ ଦୃଢ ରହିଥିବା ସେ ସୂଚନା ଦେବା ସହ କୋଭିଡ ଯୋଦ୍ଧାମାନଙ୍କୁ ପ୍ରଶଂସା କରିଥିଲେ। ସମୀକ୍ଷା ବୈଠକରେ ଏଡିଜି ଯଶୋବନ୍ତ ଜେଠୁଆ, ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଆର୍ କେ ଶର୍ମା, ବରିଷ୍ଠ ଅଧିକାରୀଙ୍କ ସମେତ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ।