ହରିଆଣାରେ ବ୍ଲାକ୍ ଫଙ୍ଗସକୁ ‘ଅନୁସୂଚିତ ରୋଗ’ ଘୋଷଣା କଲେ ସରକାର

ଚଣ୍ଡିଗଡ,ଏଜେନ୍ସି: ହରିଆଣାରେ ବର୍ତ୍ତମାନ ବ୍ଲାକ୍ ଫଙ୍ଗସ ରୋଗ ବଢ଼ିଚାଲିଥିବା ବେଳେ ଏହାକୁ ‘ଅନୁସୂଚିତ ରୋଗ’ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ଦ୍ୱାରା ବ୍ଲାକ୍ ଫଙ୍ଗସରେ ପୀଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପର୍କରେ ସିଏମଓଙ୍କୁ ସୂଚିତ କରାଯିବ। ହରିଆଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ଆଜି ଟୁଇଟ କରି ଏହି ସୂଚନା ଦେବା ସହ କହିଛନ୍ତି କି ବ୍ଲାକ୍ ଫଙ୍ଗସ ମାମଲା ସାମ୍ନାକୁ ଆସିବା ପରେ ଡାକ୍ତରମାନେ ନିଜ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ସୂଚିତ କରିବେ।