ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ

ପୁରୀ,ଏନ୍ଏନ୍ଏସ୍: କୋଭିଡ ମହାମାରୀ ପାଇଁ ରାଜ୍ୟରେ ଲକଡାଉନ ଜାରି ରହିଛି। ଏହି ମଧ୍ୟରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ କଟକଣା ଅବଧି ଶେଷ ହେଉଥିବା ବେଳେ ଆଜି ଏନେଇ ସାନି କଟକଣା ଜାରି ହୋଇଛି। ଆସନ୍ତା ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ମଧ୍ୟରେ ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ।