ଆଇସକ୍ରିମରେ ବିଷ ମିଶାଇ ପିଲାଙ୍କୁ ଦେଲା ସୈତାନ ବାପା

  • ମୁମ୍ବାଇ: ମୁମ୍ବାଇର ମାନଖୁର୍ଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ସୈତାନ ବାପା ନିଜର ୩ ଜଣ ଶିଶୁଙ୍କୁ ଆଇସକ୍ରିମରେ ବିଷ ମିଶାଇ ଖାଇବାକୁ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ବିଷ ଖାଇବା ପରେ ୫ବର୍ଷ ଶିଶୁର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି। ଉକ୍ତ ଶିଶୁଙ୍କ ମା’ ମାନଖୁର୍ଦ ଥାନାରେ ଏନେଇ ଅଭିଯୋଗ କରିଛି। ଅଭିଯୁକ୍ତ ବାପା ବିରୋଧରେ ହତ୍ୟା ଓ ହତ୍ୟା ଉଦ୍ୟମ କରିବା ନେଇ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମହମ୍ମଦ ଅଲ୍ଲୀ ନୈଶାଦ ଫେରାର ହୋଇଯାଇଛି। ଘରୋଇ କଳିକୁ ନେଇ ଅଭିଯୁକ୍ତ ଆଇସକ୍ରିମରେ ମୂଷାମରା ଔଷଧ ମିଶାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।