ଭୂମିହୀନ କୃଷକଙ୍କୁ କରୋନା ସହାୟତା

  • ଭୁବନେଶ୍ୱର: କାଳିଆ ଯୋଜନାର ଭୂମିହୀନ କୃଷକ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସହାୟତା ଘୋଷଣା କରିଛନ୍ତି। ୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସହାୟତା ଦ୍ୱାରା ଭୂମିହୀନ କୃଷକ ଉପକୃତ ହେବେ। ଏଥିରେ ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତଭାବେ ୧ ହଜାର ଟଙ୍କା ସହାୟତା ପାଇବେ।