ଦେବଗଡ଼ ଗଣେଶ ମେଳା କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶ କୁ ଲକଡାଉନ କରା ଯାଇଥିବା ବେଳେ ସରକାର ଜନସାଧାରଣଙ୍କ ଠାରୁ ସହ ଯୋଗ କାମନା କରିଥିଲେ। ଦେଶର ସାଂପ୍ରତିକ ପରିସ୍ଥିତିରେ କରୋନା ମୁକାବିଳା ପାଇଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସରକାର ଙ୍କୁ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଓ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ମୁକ୍ତ ହସ୍ତରେ ଆର୍ଥିକ ସହାୟତା କରୁଥିବା ଦେଖିବାକୁ ମିଳିଛି।

ଏହି କ୍ରମରେ ଆଜି ଦେବଗଡ ସହରର ସାର୍ବଜନୀନ ଗଣେଶ ମେଳା କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ମେଳା କମିଟିର ସଭାପତି ଶମ୍ଭୁନାଥ ଗୋଏଲ, ସମ୍ପାଦକ ଶୁକଦେବ ଭଞ୍ଜ, କୋଷାଧ୍ୟକ୍ଷ ଅଜୟ କୁମାର ମିଶ୍ର ଓ ସକ୍ରୀୟ ସଦସ୍ୟ ଶୁଶୀଲ କୁମାର ଭୋଇ, ଅରୁଣ ଗୋଏଲ ଓ ମୋତିଲାଲ ଶର୍ମା ପ୍ରମୁଖ ସ୍ଥାନୀୟ ବ୍ୟାଙ୍କ ଅଫ ବରୋଦା ଶାଖାରେ ଥିବା କମିଟି ଜମାଖାତାରୁ ଅନଲାଇନରେ ଅର୍ଥ ପ୍ରଦାନ କରିଛନ୍ତି।