ବିକାଶ ମୋର ଏକମାତ୍ର ଲକ୍ଷ୍ୟ : ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଳା: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକକୁ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି। ପ୍ରଥମେ ଡୁଙ୍ଗୁରିପାଳି ପଞ୍ଚାୟତ ତେଣ୍ଡିପାଳି ଗ୍ରାମକୁ ଯାଇ ସାହୁ ସମାଜ ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଜଣେ ମହିଳାଙ୍କ ପାଇଁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକଙ୍କ ସେବା ସହଯୋଗ କରିବା ଛୋଟ କଥା ନୁହେଁ କିନ୍ତୁ ବିକାଶ ମୋର ଏକମାତ୍ର ଲକ୍ଷ୍ୟ। ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡ୍ୱ ସାହୁ, ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ ଉପସ୍ଥିତ ଥିବାବେଳେ ମନ୍ତ୍ରୀଙ୍କ ଦ୍ୱାରା ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। ପରେ କୁଇକେଡ଼ା ପଞ୍ଚାୟତର ୫ଲକ୍ଷ ଟଙ୍କାର ମିଶନ ଶକ୍ତି ଗୃହ ମନ୍ତ୍ରୀ ଉଦଘାଟନ କରିଥିଲେ। ଏହି ସମୟରେ ସଇଁନ୍ତଳା ବିଡିଓ ଦେବାଶିଷ ସାମଲ, ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ବାଗ, କନିଷ୍ଠ ଯନ୍ତ୍ରୀ ହେମନ୍ଦ୍ର ନାଥ ମଲ୍ଲିକ, ମନ୍ତ୍ରୀଙ୍କ ପ୍ରତିନିଧୀ ଚନ୍ଦ୍ର ବନ୍ଦନ ପୁରୋହିତ, ରାଜ କିଶୋର ଡାଙ୍ଗ, ରାଜେଶ ବେହେରା ଓ ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ୧୩ଜଣ ବୃଦ୍ଧ ବୃଦ୍ଧାଙ୍କୁ ମନ୍ତ୍ରୀ ଶ୍ରୀମତୀ ସାହୁ ଭତ୍ତା ପ୍ରଦାନ କରିବା ସହ ମାସ୍କ ବଣ୍ଟନ କରିଥିଲେ। ଏହି ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ, ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ବାଗ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର, ହିରୋ ଗଡ଼ତିଆ ଓ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବନ୍ଦନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବଡ଼ମାଲ ରେଲୱେ ଷ୍ଟେସନ ନିକଟରେ ରହୁଥିବା କୁଷ୍ଠ ରୋଗୀଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ସମୟରେ ସ୍ଥାନୀୟ ବିଡିଓ ଦେବାଶିଷ ସାମଲ, ବ୍ଲକ ସାମାଜିକ ସୁରକ୍ଷା କର୍ମୀ ସଂଗ୍ରାମ ମିଶ୍ର, ହିରୋ ଗଡ଼ତିଆ, ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୀଷ୍ଣୁ କୁମ୍ଭାର ଓ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।