ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ ବଢୁଥିବା ଶିଶୁ ଅପହରଣ, ହତ୍ୟା ଓ ଦୁଷ୍କର୍ମ ପ୍ରତିବାଦରେ ଆଜି ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଦେବଗଡ଼ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ପ୍ରତିଦିନ ପରୀ, ସ୍ୱାତୀ, ପିହୁ, ଆୟୁଷ ପରି କୋମଳମତି ଶିଶୁଙ୍କ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟୁଥିବା ବେଳେ ଅନ୍ୟପଟେ ରାଜ୍ୟରେ ଦିନକୁଦିନ ନାରୀ ନିର୍ଯାତନା, ନାରୀଙ୍କ ପ୍ରତି ଘରୋଇ ହିଂସା ବଢ଼ି ଚାଲିଛି। ବିଭିନ୍ନ ସମୟରେ ହେଉଥିବା ଶିଶୁ ଅପହରଣ, ନାରୀ ନିର୍ଯାତନା ବାବଦରେ ଥାନାରେ ଅଭିଯୋଗ ହେଉଥିଲେ ହେଁ ପୁଲିସର ମନ୍ଥର ତଦନ୍ତ ଯୋଗୁ କାହାରିକୁ ଉପଯୁକ୍ତ ସମୟରେ ନ୍ୟାୟ ମିଳିପାରୁ ନାହିଁ। ଏହା ସରକାରଙ୍କ ବିଫଳତା ଓ ପୁଲିସର ନିଷ୍କ୍ରିୟତାକୁ ଦର୍ଶାଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଏପରି ନିଷ୍କ୍ରିୟତାକୁ ବିରୋଧ କରିବା ସହ ଶିଶୁଙ୍କ ଅପହରଣକୁ ରୋକିବା ଦାବିରେ ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି୍ୱା ସହଧାରଣାରେ ବସିଥିଲେ । ଏଥିରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସଟି ସେଲ ସଭାପତି କ୍ଷେତ୍ର ପାତ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା, କ୍ଷିତିଶ ପ୍ରଧାନ, ପୂର୍ବତନ ନଗର ସଭାପତି ସୁବାସ ଚନ୍ଦ୍ର ଭୋଇ, ପୂର୍ବତନ କାଉନସିଲର ସୁଶୀଲ ନାୟକ, ବାରକୋଟ ବ୍ଲକ ସଭାପତି କ୍ଷୀରୋଦ ପ୍ରଧାନ, ରିଆମାଳ ବ୍ଲକ ସଭାପତି ସୁଶୀଲ ସାହୁ, ତିଲେଇବଣି ବ୍ଲକ ଜୋନ ସଭାପତି ଗଣେଶ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ବସନ୍ତ ମିଶ୍ର, ପ୍ରମୋଦ ମିଶ୍ର, ଦିପକ ଦାସ , ବିକାଶ ଖଡିରତ୍ନ, ତୀର୍ଥବାସୀ ସାହୁ, ପଞ୍ଚୁଲାଲ ବରାଇ, ରାକେଶ ବାରାଇ, ସବିତା ନାୟକ, ଆଶିଷ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।