Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦୁର୍ନୀତି ବିରୋଧରେ ଲଢେଇକୁ ଆହୁରି ଜୋରଦାର କରାଯିବ – ମୁଖ୍ୟମନ୍ତୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦୁର୍ନୀତି ବିରୋଧରେ ଲଢେଇକୁ ଆହୁରି ଜୋରଦାର କରାଯିବ – ମୁଖ୍ୟମନ୍ତୀ

ସାଲିସବିହୀନ ଲଢ଼େଇ ଦେଶରେ ସୁନାମ ଆଣିଛ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦୁର୍ନୀତି ହିଁ ବିକାଶର ବଡ଼ ଶତ୍ରୁ। ଦୁର୍ନୀତି ମୂଳୋତ୍ପାଟନ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ନ ଦେଲେ ଲଢେଇ ମୂଲ୍ୟହୀନ। ଆମ ସରକାର ଦୁର୍ନୀତି ବିରୋଧରେ ଲଢ଼ୁଛି । ଆମେ ଗରିବୀ ବିରୋଧରେ ଲଢୁଛୁ। ଆମେ ମଧ୍ୟ ରୋଗ ବିରୋଧରେ, ଆଞ୍ଚଳିକ ଅସମତା ବିରୋଧରେ, ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଏବଂ ଅସମାନତା ଓ ଅନ୍ୟାୟ ବିରୋଧରେ ଲଢୁଛୁ। ତେଣୁ ଆପଣମାନେ ଏହି ଲଢେଇରେ ସାମିଲ ହୁଅନ୍ତୁ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ।
ସୋମବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପରିଷଦ ବୈଠକ। ଏଥିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ କର୍ମକର୍ତ୍ତାଙ୍କ ଠାରୁ ୨ଟି ଲେଖାଏଁ ପ୍ରସ୍ତାବ ଆହ୍ୱାନ କରିଥିଲେ । ସେହି ମତାମତ ଆଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱଚ୍ଛ ଶାସନ ଉପରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସେ କହିଥିଲେ, ସାଲିସ ବିହୀନ ଲଢ଼େଇ ଆମେ କରୁଛୁ। ଏଥିଯୋଗୁଁ ଓଡ଼ିଶାର ସୁନାମ ସାରା ଦେଶରେ ରହିଛି। ସ୍ୱଚ୍ଛତା ଉପରେ ଓଡ଼ିଶା ସରକାରଙ୍କ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଦୁର୍ନୀତି ମାମଲାର ବିଚାର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରି ଉଦାହରଣ ସୃଷ୍ଟି କରିଛନ୍ତି। ଅପରପକ୍ଷରେ ଦୁର୍ନୀତିଖୋରଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାରେ ଓଡ଼ିଶା ଆଗରେ ରହିଛି। ବର୍ଷକରେ ୯୧ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ସେମାନଙ୍କ ପେନସନ ବି ବନ୍ଦ ରଖିଛୁ। ବିଜୁବାବୁଙ୍କ ଆଦର୍ଶରେ ଚାଲିଥିବା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବହୁତ ଭଲ ପ୍ରସ୍ତାବ ମିଳିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।
ବିଶେଷକରି ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଆସିବା ସହ ପଛୁଆବର୍ଗ ସର୍ଭେ ସମ୍ପର୍କରେ ଭଲ ପ୍ରସ୍ତାବ ଆସିଛି। ଏସବୁ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଉଦାହରଣ ସୃଷ୍ଟି କରିବ। ସେହିପରି ମୋର ପ୍ରିୟ ମହିଳା ସଶକ୍ତୀକରଣ ବିଷୟ ଏ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବି। ସେସବୁ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପାରିତ ପ୍ରସ୍ତାବଗୁଡ଼ିକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କୁ ପଠାଯିବ । ଏଥିରେ ଆମ ସାଂଗଠନିକ ସଚିବ ଏହାର ତଦାରଖ କରିବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ।

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଞ୍ଚଳିକ ଦଳର ଭୂମିକା ବିଷୟରେ ସେ କହିଥିଲେ ବୋଲି ନବୀନ ସ୍ମରଣ କରାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଉକ୍ତ ବୈଠକରେ ଭାଷା ଭିତ୍ତିରେ ଗଠିତ ହୋଇଥିବା ଗୋଟିଏ ଆଞ୍ଚଳିକ ଦଳର ଭୂମିକା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା ହୋଇଥିଲା। ଆମ ଅନନ୍ୟ ପରିଚୟ ସୁରକ୍ଷା ବିଷୟରେ ବି କୁହାଯାଇଥିଲା। ଏପରିିକି ବିଜେଡି ହେଉଛି ସାଢେ ଚାରିକୋଟି ଓଡ଼ିଆ ଲୋକଙ୍କ ଦଳ। ସେମାନଙ୍କ ସେବାରେ ଆମେ ସମର୍ପିତ। ପ୍ରତିଦିନ ସେମାନଙ୍କ ପାଇଁ କାମ କରୁଛୁ , ଆଗକୁ ବି ସବୁବେଳେ କରିବୁ। ତେଣୁ ଏହାକୁ କର୍ମକର୍ତ୍ତାମାନେ ଗୁରୁତ୍ୱ ଦେବା ଦରକାର ବୋଲି ପ୍ରକାଶ ଆହ୍ୱାନ ଦେଇଥିଲି। ଏବେ ପୁଣି ଥରେ ଆପଣମାନଙ୍କୁ ଜାଗ୍ରତ ହେବାକୁ ପଡ଼ିବ। ଦୁର୍ନୀତିର ମୂଳୋତ୍ପାଟନ ଓ ସ୍ୱଚ୍ଛତା ଲଢେଇରେ ସାମିଲ ହେବାକୁ ହେବ। ତାହା ହେଲେ ଓଡ଼ିଶାରୁ ଗରିବୀ ଆପେ ହଟିଯିବା ସହ ରାଜ୍ୟରୁ ଅସମାନତା ଦୂର ହୋଇଯିବ। ଦେଶର ଓଡ଼ିଶା ପୁଣି ଏକ ନମ୍ବର ରାଜ୍ୟରେ ପରିଣତ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।