ଉତ୍ତରାଞ୍ଚଳ ରାଜସ୍ବ ଜୋନରେ ଦେବଗଡ଼ ଜିଲ୍ଲା ପୁରସ୍କୃତ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ବିବିଧ ମହିଳା କୈନ୍ଦ୍ରୀକ ଯୋଜନାଗୁଡିକରେ ଉଲ୍ଲେଖନୀୟ ସଫଳତା ହାସଲ ନିମନ୍ତେ ଉତ୍ତରାଞ୍ଚଳ ରାଜସ୍ୱ ଜୋନରେ ଦେବଗଡ଼ ଜିଲ୍ଲାକୁ ପୁରସ୍କୃତ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭାରଚୁଆଲ ମୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ।