ଦେବଗଡ଼,ଏନ୍ଏନ୍ଏସ୍: ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆସନ୍ତାକାଲିଠୁ କଟକରେ ୧୬ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ସେଥିପାଇଁ ଦେବଗଡ଼ ଜିଲ୍ଲାର କ୍ରିକେଟ ଦଳ କଟକ ଗସ୍ତ କରିଛି । ସେଠାରେ ଦେବଗଡ଼ ଦଳ ସୋନପୁର ସହିତ ପ୍ରଥମ ମ୍ୟାଚ ଖେଳିବ । ସେହିପରି ଦେବଗଡ ଦଳ ୧୬ରେ କେନ୍ଦୁଝର ଓ ୧୭ରେ ଯାଜପୁର ଜିଲ୍ଲା ଟିମକୁ ଭେଟିବା ନେଇ ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ସୁଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଆଜି ଦେବଗଡ଼ ଜିଲ୍ଲା ୧୬ ବର୍ଷରୁ କମ କ୍ରିକେଟ ଦଳ କଟକ ଅଭିମୁଖେ ଯିବା ପୂର୍ବରୁ ସେମାନଙ୍କୁ ସ୍ଥାନୀୟ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା ।