କୋର୍ଟ ଚାଲାଣବେଳେ ମୁର୍ଚ୍ଛା ହେଲେ ଅଭିଯୁକ୍ତ ଆଉ ତା’ପରେ କ’ଣ ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ଦେବଗଡ,ଏନ୍ଏନ୍ଏସ୍ : କୋର୍ଟ ଚାଳାଣ ବେଳେ ମୁର୍ଛା ହେଲେ ଅଭିଯୁକ୍ତ । ଯୌତୁକ ନିର୍ଯ୍ୟାତନା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଳାଣ ବେଳେ ବାରକୋଟ ଥାନା ପୁଲିସ ଆଜି ନାକେଦମ ହେବା ସହ ଅଭିଯୁକ୍ତକୁ କୋର୍ଟ ବଦଳରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରିଥିବା ଜଣାପଡିଛି । ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଂପରଡା ଗ୍ରାମର ନିମାଇଁ ଚରଣ ପ୍ରଧାନଙ୍କ ପୁଅ ଦିଲ୍ଲୀପ କୁମାର ପ୍ରଧାନ(୩୪)ପ୍ରାୟ ୭ ବର୍ଷ ପୂର୍ବେ ସୋନପୁର ଜିଲ୍ଲା ମେଟାକାନୀ ଗ୍ରାମର ନିରାକାର ନାଏକଙ୍କ ଝିଅ ରଞ୍ଜୁ (୨୫)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ କନ୍ୟାଘର ପକ୍ଷରୁ ଯେତିକି ସାମର୍ଥ୍ୟ ଉପହାର ପ୍ରଦାନ କରାଯାଇଥିଲା । ଏବେ ସେମାନଙ୍କର ୭ ବର୍ଷର ଶିଶୁ କନ୍ୟା ମଧ୍ୟ ରହିଛି । ତେବେ ଦିଲ୍ଲୀପ ପରିବାର ପ୍ରତିପୋଷଣ ପାଇଁ କୌଣସି ରୋଜଗାର କରିବା ପରିବର୍ତ୍ତେ ନିଶାସକ୍ତ ହୋଇ ଗ୍ରାମରେ ବୁଲିବା ସହ ସ୍ତ୍ରୀ ରଞ୍ଜୁଙ୍କୁ ବାପଘରୁ ଅଧିକ ଟଙ୍କା ଆଣିବା ପାଇଁ ଚାପ ପକାଉଥିଲା । ସ୍ତ୍ରୀ ମନା କରିବାରୁ ଦିଲ୍ଲୀପ ବିଭିନ୍ନ ସମୟରେ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲା। ଏହି କ୍ରମରେ ଗତ ୭ ତାରିଖ ଦିନ ଦିଲ୍ଲୀପ ସ୍ତ୍ରୀକୁ ବାପ ଘରୁ ଟଙ୍କା ଆଣିବାକୁ କହିବାରୁ ରଞ୍ଜୁ ମନା କରିଥିଲା । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ଦିଲ୍ଲୀପ ପ୍ରବଳ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା ।

ଏହା ଦେଖି ଦିଲ୍ଲୀପର ବାପା ଓ ମା’ ଦିଲ୍ଲୀପ କବଳରୁ ରଞ୍ଜୁକୁ ଉଦ୍ଧାର ପାଇଁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ମଧ୍ୟ ଦିଲ୍ଲୀପ ଆକ୍ରମଣ କରିଥିଲା । ପାଖ ପଡ଼ୋଶୀଙ୍କ ସହାୟତାରେ ରଞ୍ଜକୁ ଦିଲ୍ଲୀପ କବଳରୁ ଉଦ୍ଧାର କରାଯିବା ପରେ ଗତ ୯ ତାରିଖ ଦିନ ଏ ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବାରକୋଟ ଥାନା ପୁଲିସ ଆଜି ଦିଲ୍ଲୀପକୁ ଗିରଫ କରି କୋର୍ଟ ଚାଳାଣ କରିଥିଲା। ମାତ୍ର ଥାନାରୁ ବାହାରିବା ପରେ ସେ ମୁର୍ଚ୍ଛା ହୋଇଯିବାରୁ ପୁଲିସ ବାଧ୍ୟ ହୋଇ କୋର୍ଟ ବଦଳରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ହେଲେ ଦିଲ୍ଲୀପର ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ବୁର୍ଲାକୁ ପୁଲିସ ସହାୟତାରେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।