ଲକ ଡାଉନ ସମୟରେ ସାହି ଦାଣ୍ଡରେ ଭତା ବାଂଟିଲେ ପୈାରପରିଷଦ

ଦେବଗଡ,ଏନ୍ଏନ୍ଏସ୍ : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କୋରନା ଭାଇରସ ଓଡିଶା କୁ ପ୍ରବେଶ କରିବା ପରେ ସରକାର ଏବଂ ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟ ସରକାର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଆଜି ଠାରୁ ସାରା ରାଜ୍ୟକୁ ଲକ ଡାଉନ ଘୋଷଣା କରିଛନ୍ତି । ଏପରି ସ୍ଥଳେ ଜନସାଧାରଣଙ୍କ ଗହଳିକୁ ସଂପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଦେବଗଡ ପୈାରାଚଂଳ ୪ ନଂ ୱାର୍ଡ ବରପାଲି ସାହି ଠାରେ ପୂର୍ବାହ୍ଣରୁ ଦେବଗଡ ପୈାର ପରିଷଦ ପକ୍ଷରୁ ପୈାରଚଂଳର ୨,୩ ଓ ୪ନଂ ୱାର୍ଡର ଶତାଧିକ ମହିଳା ,ପୁରୁଷ ଓ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ଭତା ବଂଟନ କରାଯାଉଥିବାରୁ ଖୋଦ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀତି ନିୟମ ଉଲ୍ଲଘନ କରାଯାଇଥିବା ଦେଖିବାକୁ ମିଳିଛି।

ସର୍ବସାଧାରଣ ସ୍ଥାନରେ ଶତାଧିକ ହିତାଧିକାରୀଙ୍କୁ ରୁଣ୍ଡ କରି ଭତା ଦେବା ପରିବର୍ତେ ପୈାର ପରିଷଦର କର୍ମଚାରୀମାନଙ୍କ ଦ୍ୱାରା ଭତା ପାଉଥିବା ହିତାଧିକାରୀଙ୍କ ଘରକୁ ଘର ବୁଲି ଭତା ପ୍ରଦାନ କରାଯାଇଥିଲେ ସରକାର ଓ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ ପାଳନ ହେବା ସହିତ ହିତାଧିକାରୀମାନେ କରୋନା ସଂକ୍ରମଣ ଭୟରୁ ମୁକ୍ତ ହୋଇ ଅଧିକ ଉପକୃତ ହୋଇ ପାରନ୍ତେ ବୋଲି ମତପ୍ରକାଶ ପାଇଛି ।