ଦେବଗଡ,ଏନ୍ଏନ୍ଏସ୍ : ଆଜି ମଧ୍ୟାହ୍ନରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କେଲଡା ପଂଚାୟତ ଅନ୍ତର୍ଗତ ସାଲେହି ଗ୍ରାମରେ ବଜ୍ରାଘାତରେ ଏକକାଳୀନ ୪ଟି ବଳଦର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଥିଲା। ଏହି କ୍ରମରେ ବାରକୋଟ ବ୍ଲକ କେଲଡା ପଂଚାୟତ ଅନ୍ତର୍ଗତ ସାଲେହି ଗ୍ରାମରେ ମଧ୍ୟ ଘଡଘଡି ସହ ସାମାନ୍ୟ ବର୍ଷା ହୋଇଥିଲା। ଫଳରେ ସାଲେହି ଗାଁ’ରେ ଚରୁଥିବା ୪ଟି ବଳଦ ନିକଟରେ ଥିବା ଏକ ଘଛ ମୂଳରେ ଆଶ୍ରୟ ନେଇଥିଲେ। ତେବେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ହଠାତ ବଜ୍ରପାତ ଘଟିବାରୁ ଏହାର ପ୍ରଭାବରେ ଉପରୋକ୍ତ ୪ଟି ଯାକ ବଳଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତ ବଳଦ ଗୁଡିକ ମଧ୍ୟରୁ ଗୋଟିଏ ସାଲେହି ଗ୍ରାମର ରବି ମୁଣ୍ଡା, ଗୋଟିଏ ଗଣେଶ ସିଂ, ଗୋଟିଏ ଧନଞ୍ଜୟ ସାହୁଙ୍କର ହୋଇଥିବାବେଳେ ଅନ୍ୟଟି ଇଗ୍ନେଶ ଟେଟେଙ୍କର ବୋଲି ଜଣାପଡିଛି।