କ୍ୱାରେନଂଟାଇନ୍ କେନ୍ଦ୍ରରେ ରନ୍ଧାଖାଦ୍ୟରୁ ବାହୁରିଛି ପୋକ

ଦେବଗଡ,ଏନ୍ଏନ୍ଏସ୍ : ବାରକୋଟ ବ୍ଲକ ଅନ୍ତର୍ଗତ ବସାଲଇ ପଂଚାୟତ ଠାରେ ଖୋଲାଯାଇଥିବା ସରକାରୀ କ୍ୱାରେନଂଟାଇନ୍ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଯାଉଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବସାଲଇ କ୍ୱାରେନଂଟାଇନ୍ କେନ୍ଦ୍ରରେ ରହୁଥିବା ୨୩ ଜଣ ଅନ୍ତେବାସୀଙ୍କୁ ପଂଚାୟତ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନ ସହ ରନ୍ଧାଖାଦ୍ୟରେ ପୋକ ବାହୁରୁଥିବା ଜଣାପଡିଛି। କ୍ୱାରେନଂଟାଇନ୍ ସେଂଟର ଭିତରେ ଅବ୍ୟବସ୍ଥା ଚାଲି ଥିଲେ ମଧ୍ୟ କ୍ୱାରେନଂଟାଇନ୍ କେନ୍ଦ୍ରରେକୁ ନିଷିଧ୍ୟାଚଂଳ ଘୋଷଣା କରାଯାଇଥିବାରୁ ସେଠାକୁ ବାହାର ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ରହିଥିବାରୁ ଉକ୍ତ ସେଣ୍ଟର ଦାଇତ୍ୱରେ ଥିବା ସରପଂଚ ଓ ପି ଇ ଓ ମନୋମୁଖୀ ଭାବେ ସେମାନଙ୍କ ଦାଇତ୍ୱ କରିବା ସହ ଉକ୍ତ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ଅଭାବ ଅସୁବିଧା ମଧ୍ୟ ଶୁଣୁ ନ ଥିବା ସେଠାରେ ଥିବା ଅନ୍ତେବାସୀ ମାନେ ଅଭିଯୋଗ କରିଛନ୍ତି।

ସେହିପରି ସେମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ ରେ ପୋକ ବାହୁରୁ ଥିବା ରୁ ସେମାନେ ଅରୁଚି ଭାବେ ବାଧ୍ୟ ବାଧ୍ୟକତାରେ ଅନ୍ନ ଗ୍ରହଣ କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ଉକ୍ତ ସେଂଟରରେ ରହୁଥିବା କେତେକ ଅନ୍ତେବାସୀ ସରପଂଚ ଓ ପି ଇ ଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନଙ୍କର ଖାଦ୍ୟରେ କୈାଣସି ପରିବର୍ତନ ହୋଇ ନ ଥିବା ପ୍ରକାଶ କରିଛନ୍ତି। ଏ ନେଇ ଅନ୍ତେବାସୀମାନେ ମୋବାଇଲ ଫୋନ ଯୋଗେ ପୋକ ଥିବା ରନ୍ଧା ଖାଦ୍ୟର ଫୋଟ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟକୁ ପଠାଇବା ପରେ ବସାଲଇ କ୍ୱାରେନଂଟାଇନ୍ ସେଂଟରରେ ଚାଲିଥିବା ଅବ୍ୟବସ୍ଥା ସମ୍ପର୍କରେ ଜଣା ପଡିଥିଲା।

ଏ ସମ୍ପର୍କରେ ପି ଇ ଓଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ପଂଚାୟତ ଅଂଚଳରେ ନ ଥିବା ଏବଂ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ଥିବାରୁ ତାଙ୍କର ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା । ସେହିପରି ବାରକୋଟ ବିଡିଓ ଟୁନୁ ମେହେରଙ୍କ ମତାମତ ନେବାରୁ ସେ ଘଟଣାକୁ ସ୍ୱୀକାର କରିବା ସହ ଗତ ସୋମବାର ଦିନ ରନ୍ଧା ଯାଇଥିବା ଚାଉଳ ପୁରୁଣା ଥିବାରୁ ସେଥିରେ ଏଭଳି ଘଟିଥିବା ପ୍ରକାଶ କରିବା ସହ ଏ ଘଟଣା ପରେ ଉକ୍ତ କନ୍ଦ୍ରରେ ଖାଦ୍ୟର ମାନକୁ ଗୁରତ୍ୱ ଦିଆଯାଇ ଉତମ ଖାଦ୍ୟ ପ୍ରଦାନ କରାଯାଉଥିବା ପ୍ରକାଶ କରିଥିଲେ।