ମା’ର କୋଳରେ ଚାଲିଗଲା ଶିଶୁର ଜୀବନ

ଦେବଗଡ,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ କେଶନପୁର ଗ୍ରାମରେ ବାଇକରୁ ଖସି ମା’ କୋଳରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇ ଚିକିତ୍ସାଧିନ ଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ପାଲଲହଡା ଥାନା ଅନ୍ତର୍ଗତ ଟିକିଲିପଡା ଗ୍ରାମର ଝୁନୁ ନାୟକ ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମରେ ଥିବା ତାଙ୍କ ଜଣେ ସମ୍ପର୍କୀୟଙ୍କ ଘରୁ ମଧ୍ୟପୁର ଗ୍ରାମକୁ ନିଜ ମାମୁଁ ପୁଅ ଭାଇ ସହ ଯାଉଥିଲେ। ତେବେ ଆଜି ପୂର୍ବାହ୍ନ ପ୍ରାାୟ ୧୧ଟା ସମୟରେ କେଶନପୁର ଗ୍ରାମ ନିକଟକୁ ପହଚିଂବା ପରେ ବାଇକରେ ନିଜ କୋଳରେ ଦେଢ ବର୍ଷର ଶିଶୁ କନ୍ୟା ଜାଗୃତିକୁ ଧରିବସିଥିବା ଝୁନୁ କୌଣସି କାରଣରୁ ଚଳନ୍ତା ବାଇକରୁ ରାସ୍ତା ଉପରେ ଖସି ପଡିଥିଲେ। ଏଥିରେ ଝୁନୁ ଓ ଜାଗୃତି ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାରକୋଟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଶିଶୁ କନ୍ୟା ଜାଗୃତିର ମୃତ୍ୟୁ ଘଟିଥିବା ବେଳେ ମା’ ଝୁନୁ ଗୁରୁତର ହୋଇ ଚିକିତ୍ସାଧିନ ରହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ବାରକୋଟ ଥାନା ପୁଲିସ ଏକ ମାମଲା ଋୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।