ତେଜିଲା ତେଲ ନଦୀରେ ବ୍ୟାରେଜ ନିର୍ମାଣ ଦାବି

ଦେଓଗାଁ,ଏନ୍ଏନ୍ଏସ୍ : ଦେଓଗାଁ ବ୍ଲକରେ ଦୁଇ ଦୁଇଟି ନଦୀ ଅଛି, ତଥାପି ବୋହିଯାଉଛି ପାଣି। ବ୍ୟବହାର ହୋଇ ପାରୁନି ଚାଷ କାମରେ। ୫ ଟି ପଞ୍ଚାୟତର ଚାଷୀ ଫସଲ କରିବେ ବୋଲି ଦୁଇଟି ମେଗା ଲିଫ୍ଟ ପ୍ର୍ରୋଜେକ୍ଟ କରାଯାଇଛି କିନ୍ତୁ ତାହା କାମରେ ଆସୁନି। ଫଳରେ ଆଗମୀ ଦିନରେ ହକ୍ ପାଇଁ ଏକ ବଡ଼ ଧରଣର ଚାଷୀ ଆନ୍ଦୋଳନ ପାଇଁ ସଜ ହେବାକୁ ଦେଓଗାଁ ବ୍ଲକ ଅର୍ଜୁନପୁର ଠାରେ ହୋଇଥିବା ଚାଷୀ ସମାବେଶରେ ଲକ୍ଷ୍ଣଣ ମେହେର କହିଛନ୍ତି। ଏହାସହ ତେଲ ନଦୀରେ ବ୍ୟାରେଜ ନିର୍ମାଣ କଲେ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲାର ୭ଟି ବ୍ଲକର ଚାଷୀମାନେ ଉପକୃତ ହେବେ ବୋଲି ଚାଷୀ ନେତାମାନେ ପ୍ରକାଶ କରିଥିଲେ। ଜାତୀୟ କୃଷକ ଦିବସ ଉପଲକ୍ଷେ ଅର୍ଜୁନପୁର ସପ୍ତାହିକ ହାଟ ଠାରେ ଅନୁଷ୍ଠିତ ହୋଇଥିବା କୃଷକ ସମାବେଶରେ ଚାଷୀ ନେତା ଜତୀ ପଧାନ, ସରପଞ୍ଚ ସଂଘ ସମ୍ପାଦକ ଜୟରଣା, ପୂର୍ବତନ ସରପଞ୍ଚ ଅଶୋକ ରଣା, ପରମେଶ୍ୱର ରାଉତ, ସମିତି ସଭ୍ୟ ପବିତ୍ର ସୁନା , ଦେଓଗାଁ ବ୍ଲକ ଉପାଧ୍ୟକ୍ଷ ରାଜୁ ବାଗ ପ୍ରମୁଖ ଯୋଗଦେଇ ମତ ପ୍ରକାଶ କରିଥିଲେ।