ବଦଳିଲେ ୧୩ଜିଲ୍ଲାର ଏସପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏଏସ୍ ସ୍ତରରେ ବୁଧବାର ଅଦଳବଦଳ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ୨୧ଜଣ ଆଇପିଏସଙ୍କ ବଦଳି ହୋଇଥିବାବେଳେ, ୧୩ଜିଲ୍ଲାର ଏସପିଙ୍କୁ ବଦଳି କରାଯାଇଛି।

ବିଜ୍ଞପ୍ତି ଅନୁସାରେ, କଳାହାଣ୍ଡି ଏସପି ବି.ଗଙ୍ଗାଧରଙ୍କୁ ବଦଳି କରାଯାଇ ସମ୍ବଲପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଯାଜପୁର ଏସପି ଚରଣ ସିଂ ମୀନାଙ୍କୁ ବଦଳି କରାଯାଇ ଭଦ୍ରକ ଏସପି କରାଯାଇଥିବା ବେଳେ ରାଉରକେଲା ଏସପି କେ. ଶିବ ସୁବ୍ରମଣୀଙ୍କୁ ଢେଙ୍କାନାଳ ଏସପି ଭାବେ ନିଯୁକ୍ତି ଦିଆଯାଇଛି। ଝାରସୁଗୁଡ଼ା ଏସପି ରାହୁଲ ପିଆରଙ୍କୁ ଯାଜପୁର ଏସପି ନିଯୁକ୍ତ କରାଯାଇଥିବା ବେଳେ ବଲାଙ୍ଗିର ଏସପି ମଡ଼କର ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡ଼ା ଏସପି କରାଯାଇଛି। କୋରାପୁଟ୍ ଏସପିଙ୍କୁ ମୁକେଶ କୁମାର ଭାମୋଙ୍କୁ ସମାନ ପଦବୀରେ ରାଉରକେଲା ପଠାଯାଇଥିବା ବେଳେ ରାୟଗଡ଼ା ଏସପି ଶ୍ରବଣ ବିବେକ୍ ଏମଙ୍କୁ କଳାହାଣ୍ଡି ଏସପି ଦାୟିତ୍ୱ ଦିଆଯାଇଛି। ନବରଙ୍ଗପୁର ଏସପି କୁସଲକର ନିତିନ୍ ଡାଗୁଡୁଙ୍କୁ ବଲାଙ୍ଗିର ଏସପି, ଏଆଇଜି ହେଡକ୍ୱାର୍ଟର୍ସ ବିବେକାନନ୍ଦ ଶର୍ମାଙ୍କୁ ରାୟଗଡ଼ା ଏସପି, ଜୟପୁର ଏସଡିପିଓ ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ପଦୋନ୍ନତି ଦିଆଯାଇ କୋରାପୁଟ୍ ଏସପି, ତାଳଚେର ଏସଡିପିଓ ସିଦ୍ଧାର୍ଥ କଟରିଆଙ୍କୁ ପଦୋନ୍ନତି ଦିଆଯାଇ ନୟାଗଡ଼ ଏସପି, ମାଲକାନଗିରି ଏସଡିପିଓ ପ୍ରହଲ୍ଲାଦ ସାହାଇ ମିନାଙ୍କୁ ପଦୋନ୍ନତି କରାଯାଇ ନବରଙ୍ଗପୁର ଏସପି, ଭଦ୍ରକର ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡ଼ା ଏସପି(ଇନଚାର୍ଜ) ଭାବେ ଅବସ୍ଥାପିତ କରାଯାଇଛି।

ଏନସିଆର୍ ଆଇଜି ନରସିଂହ ଭୋଳଙ୍କୁ ବଦଳି କରାଯାଇ ସମ୍ବଲପୁର ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଭଦ୍ରକ ଏସପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ କୋରାପୁଟ ଡିଆଇଡି(ଇନଚାର୍ଜ), କୋରାପୁଟ୍ ଡିଆଇଜି ସିଫେନ୍ ଅହମ୍ମଦ୍ କେଙ୍କୁ ଟେକ୍ନିକାଲ ଡିଆଇଜି, କ୍ରାଇମବ୍ରାଞ୍ଚ ଏସପି ଡ.ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳ ଡିଆଇଜି(ଇନଚାର୍ଜ), ଇଓଡବ୍ଲ୍ୟୁ ଏସପି ଅବିନାଶ କୁମାରଙ୍କୁ ଏସଏପି ଡିଆଇଜି(ଇନଚାର୍ଜ), କେନ୍ଦ୍ରାପଡ଼ା ଏସପି ନିତି ଶେଖରଙ୍କୁ ଅତିରିକ୍ତ ପରିବହନ କମିଶନର(ଇଏନଏଫ) ସି ଆଣ୍ଡ ଟି ବିଭାଗ, ପୁଲିସ ମୁଖ୍ୟାଳୟରେ ଥିବା ଅଖିଳେଶ୍ୱର ସିଂଙ୍କୁ ଏସଓଜି କମାଣ୍ଡାଣ୍ଟ୍, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସତ୍ୟଜିତ୍ ନାୟକଙ୍କୁ ଏସପି, କମ୍ପ୍ୟୁଟର ଭାବେ ଅବସ୍ଥାପିତ କରାଯାଇଛି।