ମୁମ୍ବାଇରେ ‘ଇଣ୍ଡିଆ’ର ବୈଠକ ଲାଗି ତାରିଖ ଘୋଷିତ

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଆଗାମୀ ବୈଠକ ଲାଗି ତାରିଖ ଘୋଷଣା କରାଯାଇଛି । ମୁମ୍ବାଇରେ ହେବାକୁ ଥିବା ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ । ପାଟନା ଓ ବାଙ୍ଗାଲୁରୁ ପରେ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ହେଉଛି । ମୁମ୍ବାଇର ସାନ୍ତାକ୍ରୁଜ-କଲିନା ଅଞ୍ଚଳର ଗ୍ରାଣ୍ଡ ହୟାତ୍ ହୋଟେଲରେ ବୈଠକ ହେବ । ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭବ୍ୟ ସ୍ୱାଗତ କରାଯିବ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ସୂଚନା ପ୍ରଦାନ କରିଛନ୍ତି ।

ମୁମ୍ବାଇରେ ହେବାକୁ ଥିବା ଏହି ବୈଠକର ଆୟୋଜନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରିବେ । ଅଗଷ୍ଟ ୩୧ରେ ଉଦ୍ଧବଙ୍କ ପକ୍ଷରୁ ବିରୋଧୀ ନେତାଙ୍କ ଲାଗି ନୈଶ୍ୟ ଭୋଜନର ଆୟୋଜନ କରାଯିବ । ସେପ୍ଟେମ୍ବର ୧ ତାରିଖ ସକାଳ ୧୦ଟାରେ ବୈଠକ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ବିରୋଧୀ ଦଳର ଅନେକ ନେତା ସାମିଲ ହେବାର ସମ୍ଭାବନା ରହିଛି ।