ଦିବ୍ୟାଙ୍ଗ ଆନ୍ତର୍ନିବେଶୀ ଶିକ୍ଷା ସ୍ୱେଛାସେବୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଜିଲ୍ଲାରେ କାର୍ଯ୍ୟରତ ଦିବ୍ୟାଙ୍ଗ ଆନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ୩ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ମିନିକେତନ ନାୟକଙ୍କ ନେତୃତ୍ୱରେ ଜିଲ୍ଲାରେ କାର୍ଯ୍ୟରତ ଦିବ୍ୟାଙ୍ଗ ଆନ୍ତର୍ନିବେଶୀ ଶିକ୍ଷା ସ୍ୱେଛାସେବୀମାନେ ଜିଲ୍ଲାପାଳଙ୍କ କାର୍ଯାଳୟକୁ ଆସି ସେମାନଙ୍କୁ ଦିଆଯାଉଥିବା ମାସିକ ଦରମା ୪,୭୬୦କୁ ବୃଦ୍ଧି କରାଯିବା ସହ ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ଏବଂ ଦିନିକିଆ ଛଟେଇକୁ ବନ୍ଦ କରିବା ଆଦି ୩ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।