ଡ୍ରଗ୍ସ ମାମଲାରେ ଜଡ଼ିତ ଅଭିନେତ୍ରୀ ରକୁଲପ୍ରୀତଙ୍କୁ ଇଡ଼ି ଅଫିସରେ ଜେରା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରକୁଲପ୍ରୀତ ସିଂ ହାଇଦ୍ରାବାଦସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସରେ ହାଜର ହୋଇଛନ୍ତି। ନିକଟରେ ୪ ବର୍ଷ ପୁରୁଣା ଡ୍ରଗ୍ସ ସହ ଜଡ଼ିତ ଏକ ମାମଲାରେ ଇଡି ଅନେକ ତାରକାଙ୍କୁ ସମନ ଜାରି କରିଥିଲେ।

ସୂଚନାଯୋଗ୍ୟ, ୨୦୧୭ରେ ତେଲେଙ୍ଗାନା ଅବକାରୀ ଓ ନିଷେଧ ବିଭାଗ ୩୦ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ କରିବା ସହ ୧୨ଟି ମାମଲା ଦାୟର କରିଛି। ଏଥିରୁ ୧୧ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇସାରିଛି। ପରେ ଇଡି ମନି ଲଣ୍ଡ୍ରିଂ ଦିଗରେ ଯାଞ୍ଚ ଆରମ୍ଭ କରିଥିଲା। ଏହି ମାମଲାରେ ରକୁଲପ୍ରୀତ, ରାଣା ଦଗୁବାତ୍ତୀ, ତେଜା, ପୁରୀ ଜଗନ୍ନାଥ, ଚାର୍ମମେ କୌର ଓ ମୁମେଥ ଖାନଙ୍କୁ ଭିନ୍ନ ଭିନ୍ନ ତାରିଖରେ ପଚରାଉଚୁରା କରାଯିବ। ନିକଟରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ଇଡି ପଚରାଉଚୁରା କରିଥିଲା।