ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଖଣି ଓ ଶିଳ୍ପାନୁଷ୍ଠାନରେ କୋଇଲା, ଆଲୁମିନିୟମ ତଥା ଅନ୍ୟାନ୍ୟ ସାମଗ୍ରୀ ପରିବହନ ପାଇଁ ସ୍ଥାନୀୟ ଲୋକଙ୍କର ଯାନବାହାନ ବ୍ୟବହାର କରାଯାଉ ବୋଲି ଝାରସୁଗୁଡା ଟ୍ରିପ୍ ଟ୍ରଲର ମାଲିକ ସଙ୍ଘ ପକ୍ଷରୁ ଦାବି କରାଯାଇଛି। ସଙ୍ଘ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡାର ବିଭିନ୍ନ ଖଣି ଓ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ମାଲିକଙ୍କ ଯାନବାହନକୁ ନିୟୋଜିତ ନକରାଇ ବାହାର ଜିଲ୍ଲା ଓ ରାଜ୍ୟର ଯାନାବାହନକୁ ନିୟୋଜିତ କରାଯାଇଛି। ଫଳରେ ବିଭିନ୍ନ ସାମଗ୍ରୀ ପରିବାହନ କରି ଦୁଇ ପଇସା ରୋଜଗାର କରିବାର ଆଶା ରଖିଥିବା ଜିଲ୍ଲାର ଗାଡି ମାଲିକଙ୍କୁ ବହୁ ଅସୁିଧାର ସମ୍ମୁଖୀନ ହେବାକୁ ପଡୁଛି। ଏମିତିକି ଏହି ଗାଡି ମାଲିକମାନେ ଲୋନ କରି କିଣିଥିବା ଗାଡିର ଇଏମଆଇ ମଧ୍ୟ ପୈଠ କରି ପାରୁ ନାହାନ୍ତି। ତେଣୁ ଏହି ଗାଡିମାଲିକଙ୍କ ସମସ୍ୟା ସମାଧାନ ପାଇଁ ଝାରସୁଗୁଡା ଜିଲ୍ଲାର ସମସ୍ତ ଖଣି ଓ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ମାଲିକଙ୍କ ଗାଡିକୁ ବ୍ୟବହାର କରାଯାଉ ବୋଲି ଝାରସୁଗୁଡା ଜିଲ୍ଲା ଟ୍ରିପ ଟ୍ରଲର ମାଲିକ ସଙ୍ଘ ପକ୍ଷରୁ ଦାବି କରାଯାଇଛି।