ଦେବଗଡ଼କୁ ରେଳ ସଂଯୋଗ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୌନ ଧାରଣା

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲାରେ ରେଳ ସଂଯୋଗ ଦାବିରେ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ମୁଁ ଦେବଗଡ଼କୁ ଭଲପାଏ’ ନାମିତ ଅନୁଷ୍ଠାନ ପକ୍ଷରୁ ବହୁ ଜନସାଧାରଣ ମୌନ ଧାରଣା ଦେଇଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନରେ ଅନୁଷ୍ଠାନର ଅଧ୍ୟକ୍ଷ ସେମ ହେମ୍ରମଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀ ଦଳମତ ନିର୍ବିଶେଷରେ ଜିଲ୍ଲାର ଅର୍ଥନୈତିକ ବିକାଶ ପାଇଁ ରେଳପଥ ସଂଯୋଗ ନିହାତି ଆବଶ୍ୟକ ଦର୍ଶାଇ ଜିଲ୍ଲା ପ୍ରଶାସନ ନିକଟରେ ମୌନ ଧାରଣା ଦେବାସହ ଦାବୀ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ସାଂସଦଙ୍କଠାରୁ ରାଷ୍ଟ୍ରପତିଙ୍କଠାରେ ଦେବଗଡ଼ ଜିଲ୍ଲା ଦେଇ ଝାରସୁଗୁଡ଼ାରୁ ପାରାଦ୍ୱୀପକୁ ରେଳ ସଂଯୋଗ ପାଇଁ ଦାବୀ କରିଥିଲେ ମଧ୍ୟ ଏଯାଏଁ କେନ୍ଦ୍ର ସରକାର ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାର୍କଣ୍ଡେଶ୍ୱର ଶତପଥୀ, ନବୀନ ପାଣି, ମିତ୍ରଭାନୁ ମହାପାତ୍ର ଓ ଦୟାଶଙ୍କର ଦ୍ୱିବେଦୀଙ୍କ ସମେତ ବହୁ ଜନସାଧାରଣ ଅଂଶଗ୍ରହଣ କରିଥିଲେ।