ଚେନ୍ନାଇ ସଡ଼କରେ ମାସ୍କ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ

ତାମିଲନାଡ଼ୁ: ତାମିଲନାଡ଼ୁ ସମେତ ଦେଶର ଅନେକ କ୍ଷେତ୍ରରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆଜି ଚେନ୍ନାଇର ସଡ଼କରେ ମାସ୍କ ବାଣ୍ଟୁଥିବା ଦେଖିବାକୁ ମିଳିଛି। କରୋନା କାଳରେ ମୁଖ୍ୟମନ୍ତ୍ରୀ ମାସ୍କ ବାଣ୍ଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଉକ୍ତ ଭିଡିଓରେ ମୁଖ୍ୟମନ୍ତ୍ରୀ ନିଜ କାର ରୋକି ଲୋକଙ୍କୁ ମାସ୍କ ବାଣ୍ଟୁଥିବାର ନଜିର ରହିଛି। ଏଥିସହିତ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ଯେ, ସଡ଼କରେ କିଛି ଲୋକଙ୍କୁ ବିନା ମାସ୍କରେ ଦେଖିଲି। ସେଥିପାଇଁ ସେମାନଙ୍କୁ ମାସ୍କ ବାଣ୍ଟିଲି।