ପାଟଣାଗଡ,ଏନ୍ଏନ୍ଏସ୍: ଗତ ଶୁକ୍ରବାର ଅପରାହ୍ଣରେ ସ୍ଥାନୀୟ ମୁଖ୍ୟ ରାସ୍ତାରେ ଥିବା ଅମୃତ କଳସ ସୁନା ଗହଣା ଦୋକାନରେ ଡକାୟତି ମାମଲାରେ ସଂପୃକ୍ତ ଡକାୟତ ଦଳଙ୍କୁ ଧରିବା ଲଗି ଦୃଢ ଦାବି ଜଣାଇଛି ସ୍ଥାନୀୟ ମାରୱାଡି ସମ୍ମେଳନ। ଆଜି ସମ୍ମେଳନର ସଭାପତି ସୁନୀଲ କୁମାର ଗୋଏଲଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ସ୍ଥାନୀୟ ଉପଖଣ୍ଡୀୟ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତାଙ୍କୁ ଏ ସଂପର୍କରେ ଲିଖିତ ଭାବରେ ଜଣାଇଛନ୍ତି।
କେବଳ ସେତିକି ନୁହେଁ ଆଗାମୀ ୭ ଦିନ ମଧ୍ୟରେ ଡକାୟତଙ୍କୁ ଧରିବା ସହ ପ୍ରକୃତ ସତ୍ୟାସତ୍ୟକୁ ଲୋକଲୋଚନକୁ ନଆଣିଲେ ସଂଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ଜଣାଯାଇଛି। ସଂଗଠନର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ବଂଶଲ, କୈଳାଶ ଅଗ୍ରୱାଲ, ଗଜାନନ ଅଗ୍ରୱାଲ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ଥିଲେ।