ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ୧୧ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଆଜି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରୁ ସଂଘ ସଭାପତି ସତ୍ୟ ନାରାୟଣ ପାଣି ଓ ସମ୍ପାଦକ ପ୍ରକାଶ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ପଞ୍ଚାୟତର ସରପଞ୍ଚ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ସମ୍ମୁଖୀନ ହେଉଥିବା ନାନାଦି ସମସ୍ୟା ସମ୍ପର୍କରେ ଆଲୋଚନା କରି ୧୧ ଦଫା ଦାବୀ ସମ୍ମିଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏଥିରେ ସରପଞ୍ଚଙ୍କ ପାରିଶ୍ରମିକ ମାସିକ ୨,୩୫୦ ଟଙ୍କା ବଦଳରେ ୩୦ ହଜାର ଟଙ୍କା ଓ ୱାର୍ଡ ମେମ୍ବରଙ୍କୁ ୫ ହଜାର ଟଙ୍କା, କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟିଲେ ୨୦ ଲକ୍ଷ ଟଙ୍କା ଆର୍ôଥକ ସହାୟତା, ପ୍ରତ୍ୟକ ସରପଞ୍ଚଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ଓ ୱାର୍ଡ ମେମ୍ବରଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ବ୍ୟବସ୍ଥା ଉଚ୍ଛେଦ ସମେତ ଅନ୍ୟାନ୍ୟ ଦାବୀ ସାମିଲ ରହିଛି ।