୪୦ ବର୍ଷୀୟ ହରିୟାଣବୀ ଗାୟକ ରାଜୁ ପଞ୍ଜାବୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହରିୟାଣବୀ ଗାୟକ ରାଜୁ ପଞ୍ଜାବୀଙ୍କ ମୃତ୍ୟୁ ଘଟିଛି । ରାଜୁ ଗତ କିଛିଦିନ ହେବ ଜଣ୍ଡିସରେ ପୀଡ଼ିତ ହୋଇ ହିସାରର ଏକ ହସ୍ପିଟାଲରେ ଭର୍ତ୍ତି ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା । ରାଜୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି ।

ରିପୋର୍ଟ ମୁତାବକ, ରାଜୁ ପଞ୍ଜାବୀ କିଛିଦିନ ପୂର୍ବରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ତାଙ୍କ ଦେହ ପୁଣି ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା ।