ଡ୍ରାଇଭର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ନବରଙ୍ଗପୁର ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ସୁନାଙ୍କ ନେତୃତ୍ୱରେ ସଙ୍ଘ ତରଫରୁ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ଦିଆଯାଇଛି। ଏଥିରେ ଡ୍ରାଇଭର ମାନେ ବିଭିନ୍ନ ଅସୁବିଧା ହେଉଥିବା ବେଳେ ସରକାରଙ୍କ ନିକଟରେ କରିଥିବା ଦାବି ଗୁଡିକ ଯଥାଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଉଛି।

ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିରେ ଜିଲ୍ଲା ଡ୍ରାଇଭର ମହାସଂଘର ଆଇନ ପରାମର୍ଶଦାତା ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଛି। ଏହି ଅବସରରେ ବ୍ଲକ୍‌ ସଭାପତି କୁନା ଗୌଡ଼ ଓ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସଙ୍ଘର ପ୍ରତିନିଧି ଓ ଡ୍ରାଇଭର ମାନେ ଯୋଗଦେଇଥିଲେ।