ପ୍ଲାଜମା ବ୍ୟାଙ୍କ ଖୋଲବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,ଏଜେନ୍ସି: କରୋନା ପୀଡ଼ିତଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ଲାଜମା ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦୁଇଦିନ ମଧ୍ୟରେ ଦୁଇଟି ପ୍ଲାଜମା ବ୍ୟାଙ୍କ ଆରମ୍ଭ କରାଯିବ ବୋଲି କେଜରିୱାଲ ସୂଚନା ଦେଇଛନ୍ତି। ପ୍ଲାଜମା ବ୍ୟଙ୍କର ସ୍ଥାପନା ଲିଭର ଏବଂ ବାଇଲାରୀ ସଂସ୍ଥାନରେ କରାଯିବ। ସୂଚନାଯୋଗ୍ୟ, ଦିଲ୍ଲୀ ସରକାର କୋଭିଡ ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଥେରାପି ଏବଂ ପଲ୍ସ ଅକ୍ସିମିଟର ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଥିବା ନେଇ ଗତ ଶୁକ୍ରବାର ସୂଚନା ଦେଇଥିଲେ। ପ୍ଲାଜମା ଥେରାପିର ଉପଯୋଗ କରି ଗମ୍ଭୀରରୁ ଗମ୍ଭୀର ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଅଣାଯାଇହେବ। ଏହି ଥେରାପି ଦ୍ୱାରା ଶରୀରରେ କରୋନା ଭାଇରସ ସହ ଲଢିବା ପାଇଁ ଆଣ୍ଟିବଡି ମିଳିଯିବ ବୋଲି କେଜରିୱାଲ କହିଥିଲେ।