ଆଇଏଏସ୍ ସ୍ତରରେ ବଦଳି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଇଏଏସ ସ୍ତରରେ ରାଜ୍ୟ ସରକାର ଏକ ଅଦଳ ବଦଳ କରିଛନ୍ତି। କେନ୍ଦ୍ର ଡେପୁଟେସନରୁ ଫେରିବ ପରେ ବରିଷ୍ଠ ଆଇଏଏସ୍ ଅଫିସର ସତ୍ୟବ୍ରତ ସାହୁଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ବିଜ୍ଞପ୍ତି ଅନୁସାରେ, ପୂର୍ବରୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ ଭାବେ ଆଇଏଏସ ଅଫିସର ହେମନ୍ତ ଶର୍ମା କାର୍ଯ୍ୟଭାର ସମ୍ଭାଳୁଥିଲେ। ବରିଷ୍ଠ ଆଇଏଏସ ଅଧିକାରୀ ଗୋପବନ୍ଧୁ ଶତପଥୀଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀ ଦେବେନ୍ଦ୍ର କୁମାର ଜେନାଙ୍କୁ ଯୋଜନା ଏବଂ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।