ଆଫଗାନିସ୍ତାନରେ ବୋମା ବିସ୍ଫୋରଣ, ୨୩ମୃତ

ଆଫଗାନିସ୍ତାନ,୨୯ା୬/ଏଜେନ୍ସି: ଦକ୍ଷିଣ ଆଫଗାନିସ୍ତାନ ଅଞ୍ଚଳର ହେଲମଣ୍ଡ ପ୍ରଦେଶରେ ଏକ ଜନଗହଳି ବଜାର ଭିତରେ ସୋମବାର ଏକ କାର୍ ବୋମା ବିସ୍ଫୋରଣ ଘଟି ୨୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ସାମିଲ୍ ଅଛନ୍ତି। ଏହି ଘଟଣାକୁ ନେଇ ଉଭୟ ତାଲିବାନ ଏବଂ ଆଫଗାନ ସେନା ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି। ତାଲିବାନ ପକ୍ଷରୁ ଏହି ଘଟଣାରେ ଆଫଗାନ ସେନା ସାମିଲ୍ ଥିବା ନେଇ ଦାବି କରିଥିବା ବେଳେ ଆଫଗାନ ସେନା ପକ୍ଷରୁ କୁହାଯାଇଛି ଯେ, କାରବୋମା ଦ୍ୱାରା ତାଲିବାନ ନିରୀହ ନାଗରିକଙ୍କୁ ଟାର୍ଗେଟ୍ କରୁଛି। ବୋମା ବିସ୍ଫୋରଣ ସମୟରେ ଉକ୍ତ ସ୍ଥାନରେ ସେନାର କେହି ଉପସ୍ଥିତ ନଥିବା ବେଳେ ବିସ୍ଫୋରଣରେ ଦୁଇ ତାଲିବାନ ନିହତ ହୋଇଥିବା ସେନା ପକ୍ଷରୁ ଦାବି କରାଯାଇଛି।