ମୁମ୍ବାଇ,ଏଜେନ୍ସି: ପଞ୍ଚମବଙ୍ଗରେ ଚଳିତବର୍ଷ ପ୍ରଥମାର୍ଦ୍ଧରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଶିବସେନା ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି। ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ପର୍ଯ୍ୟବେକ୍ଷକ ମହଲ ଆଶା କରୁଛନ୍ତି। ଏହି ପରିସ୍ଥିତିରେ ସେଠାରେ ନିର୍ବାଚନ ଲଢିବାକୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେ ସବୁଜ ସଙ୍କେତ ଦେଇସାରିଛନ୍ତି ବୋଲି ଦଳୀୟ ମୁଖପାତ୍ର ସଞ୍ଜୟ ରାଉତ ରବିବାର ସୂଚନା ଦେଇଛନ୍ତି।