ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ପୁଲିସ ଟୁଲକିଟ ମାମଲାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଟ୍ୱିଟରେ ବିଭ୍ରାନ୍ତକର ମିଡ଼ିଆକୁ ଟ୍ୟାଗ ଲଗାଇଥିବା ନେଇ ଟୁଇଟରକୁ ନୋଟିସ ପଠାଇଛି। ଏନେଇ ଦିଲ୍ଲୀ ପୁଲିସ ଟୁଇଟରକୁ ପ୍ରଶ୍ନ କରିଛି ଯେ, ତାଙ୍କ ପାଖରେ ଏମିତି କଣ ସୂଚନା ରହିଛି ଯାହାକୁ ଆଧାର କରି ସମ୍ବିତ ପାତ୍ରଙ୍କ ଟ୍ୱିଟକୁ ଏପଟ ସେପଟ କରାଯାଇଛି।
ସୂଚନା ଅନୁସାରେ ଗତ ସପ୍ତାହରେ ଟୁଇଟର କୋଭିଡର କୁପରିଚାଳନା ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ଦ୍ୱାରା ପ୍ରସ୍ତୁତ ଟୁଲକିଟକୁ ସମ୍ବିତ ପାତ୍ରଙ୍କ ଟ୍ୱିଟ ସହିତ ଯୋଡା ଯାଇଥିଲା। ବର୍ତ୍ତମାନ ସମ୍ବିତ ପାତ୍ରଙ୍କ ଏହି ଟ୍ୱିଟକୁ ମାନିପୁଲେଟେଡ ମିଡ଼ିଆ କୁହାଯାଉଛି।