ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ

ଭୁବେନେଶ୍ୱର,ଏନ୍ଏନ୍ଏସ୍: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଅପରାହ୍ଣରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଗସ୍ତ କରି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। ସମୁଦ୍ରକୂଳ ଅଞ୍ଚଳରେ ମାଟି ତଥା କଚ୍ଚା ଘରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳକୁ ଆଣିବା ଏବଂ ସରକାରଙ୍କ ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟକୁ ପୂରଣ କରିବା ନେଇ କ’ଣ ସବୁ ବ୍ୟବସ୍ଥା କରାଯାଇଛି ତାହାର ତଦାରଖ କରିଥିଲେ। ଏଥିସହ ଏହି ସବୁ ସ୍ଥାନରେ ଯେପରି କୋଭିଡ ନିୟମର ସଠିକ ଅନୁପାଳନ ହେବ ସେ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବେହେରା ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରିଥିଲେ।