ଦିଲ୍ଲୀ ମଲ୍ସ ଓ ବଜାରରେ ଅଡ୍-ଇଭେନ ପ୍ରକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକଡାଉନ ଜୁନ ୧୪ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। କିନ୍ତୁ କିଛି ନିୟମକୁ କୋହଳ କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ଫଳରେ ଅଡ୍-ଇଭେନ ପ୍ରକ୍ରିୟାରେ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ମଲ୍ସ ଓ ବଜାର ଖୋଲାଯିବ। ସରକାରୀ ଅଫିସରେ ଗ୍ରୁପ-ଏ ଅଫିସରେ ୧୦୦ ଓ ଗ୍ରୁପ -ବିରେ ୫୦ ପ୍ରତିଶତ କାମ କରିିବେ। ଘରୋଇ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟକାରୀ ହେବ। ଅତ୍ୟାବଶ୍ୟକୀୟ ସମାଗ୍ରୀ ଦୋକାନ ସବୁଦିନ ଖୋଲା ରହିବ। ଦିଲ୍ଲୀ ମେଟ୍ରୋ ୫୦ ପ୍ରତିଶତ କ୍ଷମତା ସହ ଚାଲିବ।

କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ଧୀରେ ଧୀରେ କରୋନା ସ୍ଥିତିରେ ସୁଧାର ଆସୁଛି। ଏହାକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରିକ୍ରିୟା ଆରମ୍ଭ କରାଯାଇଛି। ଗତ ସପ୍ତାହ ଫ୍ୟାକ୍ଟ୍ରି ଓ କନଷ୍ଟ୍ରକ୍ସନ କାମ ଆରମ୍ଭ ହୋଇଥିଲେ ମଧ୍ୟ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଶିଶୁଙ୍କ ସୁରକ୍ଷା ପାଇଁ ‘ବାଳ ଚିକିତ୍ସା କାର୍ଯ୍ୟ ବଳ’ ଗଠିତ କରାଯାଇଛି। ଅକ୍ସିଜେନ ଅଭାବକୁ ଦୂର କରିବା ପାଇଁ ୪୨୦ ଟନ୍ ଅକ୍ସିଜେନ ଭଣ୍ଡାର ପ୍ରସ୍ତୁତ କରିବାର ବ୍ୟବସ୍ଥା କରାଯାଉଛି।