କରୋନାରେ ଆଖି ବୁଜିଲେ ଆଉ ୪୦

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୨,୯୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କରୋନାରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରେ କଟକ, ସୁନ୍ଦରଗଡ଼ ଓ ମୟୁରଭଞ୍ଜରୁ ୪ ଲେଖାଏଁ, ଝାରସୁଗୁଡ଼ା, ଖୋର୍ଦ୍ଧା, ଅନୁଗୁଳ, ଭୁବନେଶ୍ୱର, କଳାହାଣ୍ଡି, ବୌଦ୍ଧରୁ ୩ ଲେଖାଏଁ, ଦେଓଗଡ଼, ବଲାଙ୍ଗିର ଓ ବରଗଡ଼ରୁ ୨ ଲେଖାଏଁ, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।